କ୍ଷୀର ଏକ ତରଳ ସଫା ଦ୍ରବ୍ୟ ଅଟେ ଯାହା ମାଦାୟମାନଙ୍କ କ୍ଷୀର ଗ୍ରନ୍ଥିରୁ ତିଆରି ହୋଇଥାଏ । ନବଜାତ ଶିଶୁ ସେ ପର୍ଯ୍ୟନ୍ତ କ୍ଷୀର ଉପରେ ନିର୍ଭର କରିଥାଏ ଯେ ପର୍ଯ୍ୟନ୍ତ ସେ ଅନ୍ୟ ଖାଦ୍ୟ ପଦାର୍ଥର ସେବନ କରିବାରେ ଅକ୍ଷମ ହୋଇଥାଏ । ସାଧାରଣତଃ କ୍ଷୀରରେ ୮୫ ପ୍ରତିଶତ
ଜଳ ରହିଥାଏ ଏବଂ ଶେଷ ଭାଗରେ ସଠିକ ତତ୍ତ୍ୱମାନେ ଖଣିଜ ଦ୍ରବ୍ୟ ବସିକରି ରହିଥାଏ ।ଗାଈ ମଇଁଷିଙ୍କ ଛଡା ବଜାରରେ ବିଭିନ୍ନ କମ୍ପାନିର ପ୍ୟାକେଟ କ୍ଷୀରବି ଉପଲବ୍ଧ ରହିଥାଏ । କ୍ଷୀର ପ୍ରୋଟିନ , କ୍ୟାଲସିୟମ ଏବଂ ରାଇବୋଫ୍ଲୋବିନ (ଭିଟାମିନ ବି-୨) ଯୁକ୍ତ ହୋଇଥାଏ , ଏହା ଛଡା ଏ , ଡି , କେ ଏବଂ ଈ ସହିତ ଫସଫରସ , ମ୍ୟାଗ୍ନେସିୟମ , ଆୟୋଡିନ ପରି କିଛି ଦ୍ରବ୍ୟ କିମ୍ବା ବସା ତଥା ଊର୍ଜା ମଧ୍ୟ ହୋଇଥାଏ । ଏହାଛଡା ଏଥିରେ କିଛି ଏଞ୍ଜାଇମ୍ ଏବଂ କିଛି ଜୀବିତ ରକ୍ତ କୌଶିକମାନ ମଧ୍ୟ ରହିପାରେ । [୨]
ବିଭିନ୍ନ ଦେଶରେ କ୍ଷୀରର ଉତ୍ପାଦନ ପ୍ରକ୍ରିୟା[ସମ୍ପାଦନା]
ସର୍ବଶ୍ରେଷ୍ଠ ୧୦ ଗାଈ କ୍ଷୀର ପ୍ରସ୍ତୁକାରକ
- ୨୦୧୨ ଭିତରେ [୩]
Rank
|
Country
|
Production (metric tonnes)
|
1
|
United States
|
୯୦,୮୬୫,୦୦୦
|
2
|
ଭାରତ
|
୫୪,୦୦୦,୦୦୦
|
3
|
ଚୀନ
|
୩୭,୪୧୯,୫୦୦
|
4
|
Brazil
|
୩୨,୩୦୪,୪୨୧
|
5
|
ଋଷିଆ
|
୩୧,୫୭୬,୦୪୭
|
6
|
Germany
|
୩୦,୫୦୬,୯୨୯
|
7
|
France
|
୨୩,୯୮୩,୧୯୬
|
8
|
New Zealand
|
୨୦,୦୫୩,୦୦୦
|
9
|
Turkey
|
୧୫,୯୭୭,୮୩୭
|
10
|
United Kingdom
|
୧୩,୮୮୪,୦୦୦
|
ସର୍ବଶ୍ରେଷ୍ଠ ୧୦ ମେଣ୍ଢା କ୍ଷୀର ପ୍ରସ୍ତୁକାରକ - ୨୦୧୨ ଭିତରେ [୪]
Rank
|
Country
|
Production (metric tonnes)
|
1
|
ଚୀନ
|
୧,୫୮୦,୦୦୦
|
2
|
Turkey
|
୧,୦୧୦,୦୦୭
|
3
|
Syria
|
୭୦୩,୦୦୮
|
4
|
Greece
|
୬୯୯,୫୦୦
|
5
|
Romania
|
୬୫୦,୯୧୨
|
6
|
Somalia
|
୬୧୫,୦୦୦
|
7
|
Spain
|
୫୫୨,୫୧୭
|
8
|
ଇରାନ
|
୪୬୫,୦୦୦
|
9
|
Italy
|
୪୦୬,୧୭୭
|
10
|
Algeria
|
୩୩୬,୦୦୦
|
|
ସର୍ବଶ୍ରେଷ୍ଠ ୧୦ ଛେଳି କ୍ଷୀର ପ୍ରସ୍ତୁକାରକ - ୨୦୧୨ ଭିତରେ [୫]
Rank
|
Country
|
Production (metric tonnes)
|
1
|
ଭାରତ
|
୪,୮୫୦,୦୦୦
|
2
|
ବଙ୍ଗଳାଦେଶ
|
୨,୬୦୮,୦୦୦
|
3
|
ପାକିସ୍ଥାନ
|
୭୭୯,୦୦୦
|
4
|
Mali
|
୭୧୫,୦୦୦
|
5
|
France
|
୬୨୪,୦୧୬
|
6
|
Somalia
|
୫୦୦,୦୦୦
|
7
|
Spain
|
୪୪୩,୬୨୫
|
8
|
Greece
|
୪୦୭,୦୦୦
|
9
|
Turkey
|
୩୬୯,୪୨୯
|
10
|
Niger
|
୨୮୮,୯୭୪
|
|
ସର୍ବଶ୍ରେଷ୍ଠ ୧୦ ମଇଁଷି କ୍ଷୀର ପ୍ରସ୍ତୁକାରକ - ୨୦୧୨ ଭିତରେ [୬]
Rank
|
Country
|
Production (metric tonnes)
|
1
|
ଭାରତ
|
୬୬,୦୦୦,୦୦୦
|
2
|
ପାକିସ୍ଥାନ
|
୨୩,୬୫୨,୦୦୦
|
3
|
ଚୀନ
|
୩,୦୮୦,୦୦୦
|
4
|
Egypt
|
୨,୬୫୦,୦୦୦
|
5
|
Nepal
|
୧,୧୫୩,୮୩୮
|
6
|
ମ୍ୟାନମାର
|
୩୦୭,୦୦୦
|
7
|
Italy
|
୧୯୨,୪୫୫
|
8
|
ଇରାନ
|
୧୪୫,୦୦୦
|
9
|
ଶ୍ରୀଲଙ୍କା
|
୬୧,୭୧୦
|
10
|
Turkey
|
୪୬,୯୮୯
|
|
୨୦୧୨ ମସିହାରେ , କ୍ଷୀରର ପ୍ରସ୍ତୁତିକାରକ ଏବଂ କ୍ଷୀରର ଉତ୍ପନ୍ନ ପ୍ରଣାଳୀକୁ ଆମେରିକା , ଚାଇନା , ପାକିସ୍ଥାନ ଏବଂ ବ୍ରାଜିଲ ଅନ୍ତର୍ଗତ ରାଜ୍ୟ ମାନଙ୍କରୁ ଭାରତ ସାଧାରଣତଃ ଭାବେ ଅନୁସରଣ କରିଥିଲା ।[୭] ୨୦୧୩ ମସିହାରେ ସମସ୍ତ ୨୮ ୟୁରୋପିଆନ ସଂଘର ସଦସ୍ୟମାନେ ଏକସଙ୍ଗରେ ୧୫୩.୮ ମିଲିଅନ ଟନ୍ସ କ୍ଷୀର ଉପୁଜାଇ ଥିଲେ , ସବୁଠାରୁ ବୃହତ୍ତର ସଂଘ ଭାବେ ରାଜନୀତିଜ୍ଞ-ଅର୍ଥନୈତିକ ସଂଘ[୮]
ଗାଈ କ୍ଷୀରରେ ପ୍ରତି ଗ୍ରାମ ୩.୧୪ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ଆୟୁର୍ବେଦ ଅନୁସାରେ ଗାଈର ସତେଜ କ୍ଷୀରକୁ ଉତ୍ତମ କୁହାଯାଏ । (ବତ୍ରା ହସ୍ପିଟାଲ ଏଣ୍ଡ ମେଡ଼ିକାଲ ରିସର୍ଚ୍ଚ ସେଣ୍ଟର)ର ଆୟୁର୍ବେଦିକ ବିଭାଗର "ମେହର ସିଂ"ଙ୍କ ଅନୁସାରେ ଗାଈର କ୍ଷୀର ମଇଁଷିର କ୍ଷୀର ତୁଳନାରେ ମସ୍ତିଷ୍କ ପାଇଁ ଅଧିକ ଲାଭଦାୟକ ଅଟେ ।
ସର୍ବୋଚ୍ଚ ମଇଁଷି କ୍ଷୀର ଉତ୍ପାଦକ - ୨୦୦୭[୧୦]
|
ଦେଶ
|
ଉତ୍ପାଦନ (ଟନ)
|
ଟିପ୍ପଣୀ
|
ଭାରତ |
59,210,000 |
*
|
ପାକିସ୍ଥାନ |
20,372,000 |
|
People's Republic of China |
2,900,000 |
F
|
Egypt |
2,300,000 |
F
|
Nepal |
958,603 |
|
ଇରାନ |
241,500 |
F
|
ମ୍ୟାନମାର |
220,462 |
|
Italy |
200,000 |
F
|
ଭିଏତନାମ |
32,000 |
F
|
Turkey |
30,375 |
|
ବିଶ୍ୱ
|
86,574,539
|
A
|
No symbol = official figure, F = FAO estimate, * = Unofficial/Semi-official/mirror data, A = Aggregate
|
ମଇଁଷି କ୍ଷୀରରେ ପ୍ରତି ଗ୍ରାମ ୦.୬୫ ମିଲିଗ୍ରାମ କୋଲେଷ୍ଟ୍ରୋଲ ରହିଥାଏ । ମଇଁଷି କ୍ଷୀରରେ ଗାଈର କ୍ଷୀର ତୁଳନାରେ ୯୨ ପ୍ରତିଶତ କ୍ୟାଲସିୟମ , ୩୭ ପ୍ରତିଶତ ଲୌହ ଏବଂ ୧୧୮ ପ୍ରତିଶତ ଅଧିକ ଫସଫରସ ରହିଥାଏ । (ଇଣ୍ଡିଆନ ସ୍ପାଇନଲ ଇଂରାଜୀ ସେଣ୍ଟର)ର ମେଡ଼ିକାଲ ଡାଇରେକ୍ଟର "ଏଚ୍. ଏସ୍. ଛାବଡ଼ା"ଙ୍କ ଅନୁସାରେ ଗାଈର କ୍ଷୀରଠାରୁ ମଇଁଷିର କ୍ଷୀର ଅଧିକ ଭଲ ହୋଇଥାଏ । ସେଥିରେ କମ କୋଲେଷ୍ଟ୍ରୋଲ ରହିଥାଏ ଏବଂ ମିନେରାଲ ଅଧିକ ରହିଥାଏ ।
ଏହି ପ୍ରକାରର କ୍ଷୀର ମଦର-ଡେୟରୀ , ଅମୁଲ , ପରାଗ , ଆଞ୍ଚଲ ଜୌସୀ କମ୍ପାନୀଗୁଡ଼ିକ ଯୋଗାଣ କରନ୍ତି । ଏଥିରେ ଭିଟାମିନ ଏ , ଲୌହ ଏବଂ କ୍ୟାଲସିୟମ ମିଶିକରି ରହିଥାଏ । ଏଥିରେ ବହୁପ୍ରକାର ତଥା , ଫୁଲ୍ କ୍ରିମ , ଟୋଣ୍ଡ , ଯୋଡ଼ା ଟୋଣ୍ଡ ଏବଂ ଫ୍ଲେବର୍ଡ କ୍ଷୀର ମିଶ୍ରଣ ହୋଇଥାଏ । ଫୁଲ୍ କ୍ରିମରେ ପୂର୍ଣ୍ଣ ମେଲାଇ ରହିଥାଏ , ଏଣୁ ଅଧିକ ବହଳିଆ ରହିଥାଏ । ଏହି ସବୁର ନିଜ ଉପଯୋଗିତା ରହିଥାଏ , କିନ୍ତୁ ଚିକିତ୍ସକ ମାନଙ୍କ ରାୟ ଅନୁସାରେ , ପିଲାମାନଙ୍କ ପାଇଁ ଫୁଲ୍ କ୍ରିମ କ୍ଷୀର ବହୁତ ଭଲ ଅଟେ ତ ବଡ଼ ଲୋକମାନଙ୍କ ପାଇଁ କମ କ୍ରିମର ମିଶ୍ରିତ କ୍ଷୀର ଉପଯୋଗ୍ୟ ।
କ୍ଷୀରର ପ୍ରସ୍ତୁତିକରଣ ବିଭିନ୍ନ କିସମରେ ବିକ୍ରୟ କରାଯାଏ - ନିମ୍ନକ୍ତ ପ୍ରକାର/ମାପକ୍ରମ ଉପରେ ଆଧାରିତ:
- ଖାଦ୍ୟକୁ ନଷ୍ଟ ହେବାରୁ ରକ୍ଷା କରିବା ପାଇଁ ଅଳ୍ପ ମିଶ୍ରିତ ପଦାର୍ଥ (ଏ.ଜି , ଭିଟାମିନ) ,
- ବୟସ (ଏ.ଜି. , ଚେଦ୍ଦାର) ,
- ଘନୀକରଣ (ଏ.ଜି. , କ୍ଷୁଦ୍ର ସରଳ ଛେନା) ,
- କୃଷିକର୍ମ ପ୍ରକ୍ରିୟା (ଏ.ଜି. , ଜୈବ , ତୃଣୀୟ ପ୍ରକ୍ରିୟା କରଣ) ,
- ମୋଟାପଣ ଆଧେୟ (ଏ.ଜି. , ଦୁଇ ପଦାର୍ଥର ଅଧେ ଅଧେ) ,
- ଅମ୍ଳୀଭବନ (ଏ.ଜି. , ଲହୁଣୀ-କ୍ଷୀର) ,
- ଆସ୍ୱାଦ (ଏ.ଜି. , ଚକୋଲେଟ ଏବଂ ସ୍ଟ୍ରବେରୀ) ,
- ସମଜାତୀୟ (ଏ.ଜି. , କ୍ରିମ ଟପ୍) ,
- ଦୁଗ୍ଧ ଶର୍କରାର ହ୍ରାସକରଣ ଏବଂ ନିରାକରଣ ,
- ସ୍ତନ୍ୟପାୟୀ ପ୍ରାଣୀ (ଏ.ଜି. , ଗାଈ , ଛେଳି , ମେଣ୍ଢା , ମଇଁଷି) ,
- ପ୍ୟାକିଙ୍ଗ (ଏ.ଜି. , ବୋତଲ , ଜରି) ,
- ଉତ୍ତାପଦ୍ୱାରା ଦୁଗ୍ଧର ଜୀବାଣୁ ନାଶନ (ଏ.ଜି. , କଞ୍ଚା କ୍ଷୀର)
- ଜଳର ଆଧେୟ (ଏ.ଜି. , ଶୁଷ୍କ କ୍ଷୀର)
କ୍ଷୀରର ମୂଲ୍ୟବର୍ଦ୍ଧନ[ସମ୍ପାଦନା]
କ୍ଷୀର ଏକ ପୂର୍ଣ୍ଣ , ସ୍ୱଚ୍ଛ , ସ୍ତନ ଗ୍ରନ୍ଥିୟର ଧାରଣ ଅଟେ । ପୌଷ୍ଟିକତାର ଦୃଷ୍ଟିରେ କ୍ଷୀର ଏକ ମାତ୍ର ସମ୍ପୁର୍ଣ୍ଣ ଆହାର ଅଟେ ଯାହା ଆମପାଇଁ ପ୍ରକୃତିର ଦାନ ଅଟେ । ଆମ ଶରୀରକୁ ସାଧାରଣତଃ ପାଖାପାଖି ୩୦ରୁ ଅଧିକ ତତ୍ତ୍ୱର ଆବଶ୍ୟକତା ହୋଇଥାଏ । କିଛିବି ପ୍ରକୃତ ଭୋଯ୍ୟ ପଦାର୍ଥ ପ୍ରକୃତିରେ ଉପଲବ୍ଧ ହୋଇନାହିଁ ଯାହାଦ୍ୱାରା ଏ ସବୁର ପ୍ରାପ୍ତ କରାଯାଇପାରେ । କିନ୍ତୁ କ୍ଷୀରରେ ପାଖାପାଖି ସମସ୍ତ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଏଥିପାଇଁ ପିଲାମାନଙ୍କ ପାଇଁ କ୍ଷୀରକୁ ସନ୍ତୁଳିତ ପୂର୍ଣ୍ଣ ଭୋଜନର ସ୍ତର ଦିଆଯାଇଛି । କ୍ଷୀରରେ ରହିଥିବା ସଂଘଟକ ହେଉଛି ପାଣି , ପ୍ରକୃତ ପଦାର୍ଥ , ବସା , ପ୍ରୋଟିନ , ଖଣିଜ ବସବିହିନ ପଦାର୍ଥ ରହିଥାଏ । ଯଦି ଆମେ କ୍ଷୀରରେ ରହିଥିବା ପାଣିର କଥା କୁହାଯାଏ ତ, ସବୁଠାରୁ ଅଧିକ ପାଣି ଗଧୀର କ୍ଷୀରରେ ୯୧.୫% ହୋଇଥାଏ , ଘୋଡ଼ିର କ୍ଷୀରରେ ୯୦.୧% , ମନୁଷ୍ୟରେ ୮୭.୪% , ଗାଈରେ ୮୭.୨% , ଓଟଣୀରେ ୮୬.୫% ଏବଂ ଛେଳି କ୍ଷୀରରେ ୮୬.୯% ରହିଥାଏ ।
କ୍ଷୀରର ଉତ୍ପାଦନ ଲକ୍ଷ୍ୟ ହିସାବରେ ୧୨ତମ ପଞ୍ଚବର୍ଷିୟା ଯୋଜନା (୨୦୧୦-୨୦୧୭)ରେ ବଢିକରି ୨୬.୯୫ ଲକ୍ଷ ମେଟ୍ରିକ ଟନ କରିବାର ଅଛି ଯେମିତିକି (୨୦୧୦-୨୦୧୧)ରେ ଆମ କ୍ଷୀରର ଆବଶ୍ୟକତା ୩୩.୬୯ ଲକ୍ଷ ମେଟ୍ରିକ ଟନ ରହିଥିଲା । ଏଠାରେ ଏହା ଦର୍ଶାଯାଇଛି କି , ଆମ ପୃତି ମାର୍ଗରେ ବହୁ କାମ ଅଛି ଯାହା ପାଇଁ ଆମକୁ ନିଜ ଖାଦ୍ୟପେୟକୁ ସୁଧାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କ ପାଇଁ ଚାରା , ପାଣି ଏବଂ ପ୍ରବନ୍ଧନ ଉପରେ ବହୁତ ଅଧିକ କଷ୍ଟ କରିବାର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି ।
କ୍ଷୀର ସମ୍ପୁର୍ଣ୍ଣ ଆହାର ସହିତ ଜଲ୍ଦି ଖରାପ ହୋଇଯାଉଥିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ କ୍ଷୀରର ସ୍ୱରୂପକୁ ବଦଳ କରି ଆମେ ବହୁ ଦିନ ପର୍ଯ୍ୟନ୍ତ ରଖିପାରିବା , ଏହା ସହ କ୍ଷୀରର ମୂଲ୍ୟବର୍ଦ୍ଧନଦ୍ୱାରା ବହୁ ଆମଦାନୀ ତିଆରି କରି ପାରିବା । କ୍ଷୀରରୁ ଉତ୍ପାଦିତ ପଦାର୍ଥ ପୂର୍ବରୁ ଆମକୁ ଏହା ମୁଖ୍ୟତଃ ଜାଣିବାର ଅଛି ଯେ , କ୍ଷୀରର ମାଙ୍ଗ କେଉଁ ରୂପରେ ଅଧିକ ରହିଥାଏ ।
କ୍ଷୀରରୁ ପ୍ରସ୍ତୁତ ଦ୍ରବ୍ୟ[ସମ୍ପାଦନା]
ସଂଘନିତ ପୂର୍ଣ୍ଣ କ୍ଷୀର ଦ୍ରବ୍ୟ
- ଖୁଆ, ରାବିଡୀ, କୁଲ୍ଫୀ, ଆଇସ୍କ୍ରିମ୍
ପୂର୍ଣ୍ଣ କ୍ଷୀର ଜମେଇ ପ୍ରସ୍ତୁତ ଦ୍ରବ୍ୟ
- ଦହି, ପନିର, ଛେନା, ଶ୍ରୀଖଣ୍ଡ, ଚୀଜ୍
କ୍ଷୀର ମନ୍ଥନରୁ ପ୍ରସ୍ତୁତ ଦ୍ରବ୍ୟ
- ଲହୁଣୀ, ଘିଅ, ଲସ୍ସୀ
- ଖୁଆ - କ୍ଷୀରରୁ ଜଳକୁ ତୀବ୍ର ଗତିରେ ବାଷ୍ଫିତ କରିବାକୁ ଆମେ ଖୁଆ କହିଥାଉ । ଏଥିରେ ତାପକୁ ଅଧିକ ଗରମରେ ରଖି ଫୁଟାଯାଏ , ତଥା କ୍ଷୀରକୁ ସବୁସମୟରେ ଘାଣ୍ଟିବାକୁ ପଡିଥାଏ । କ୍ଷୀର ଗରମ କରିବାର ବାସନର ମୁହଁ ଚୌଡା ହେବା ଦରକାର । ଅନ୍ତିମ ସମୟରେ ତାପର କ୍ରମ କମାଇଦେବ ଉଚିତ ନ ହେଲେ ଖୁଆ ଖୁଆ ଜଳିଯିବାର ଅଧିକ ସମ୍ଭାବନା ରହିଛି । ଯଦି ଏହାକୁ ପ୍ୟାକିଙ୍ଗ କରି ବଜାରରେ ବିକ୍ରୟ କରାଯାଏ ତେବେ ନମୀ ଅବରୋଧକ ବଟର ପେପରରେ ପ୍ୟାକିଙ୍ଗ କରାଯିବା ଆବଶ୍ୟକ ।
- ଶ୍ରୀଖଣ୍ଡ - ଖୁଆକୁ କପଡ଼ାରେ ଛାଣିକରି ଏହାର ପାଣି ବାହାର କରିଦିଆଯାଏ କିମ୍ବା ଖାଣ୍ଟି ଶ୍ରୀଖଣ୍ଡ ପ୍ରସ୍ତୁତି ହୋଇଯାଏ । ଏଥିରେ ପେସା ଯାଇଥିବା ଚିନି (୪୫%) ମିଶ୍ରଣ ହୁଏ ଏବଂ ୫ ଡିଗ୍ରୀ ସେଲ୍ସିୟସରେ ଥଣ୍ଡା କରିବା ପାଇଁ ରଖାଯାଏ ।
- ଲହୁଣୀ - ଲହୁଣୀ ଏକ କ୍ଷୀର ଦ୍ରବ୍ୟ ଅଟେ , ଯାହା ଦହିର ମନ୍ଥନରେ ପ୍ରାପ୍ତ ହୋଇଥାଏ । ଯେଉଁଥିରେ ବଞ୍ଚିଥିବା ୮୦% କିମ୍ବା ଜଳ ୧୦%ରୁ ଅଧିକ ନ ହେବା ଆବଶ୍ୟକ ।
- ଘିଅ- ଯେତେବେଳେ ଆମେ ଦହିରୁ ଲହୁଣୀ ବାହାରିଥାଏ ଏବଂ ସେହି ଲହୁଣୀକୁ କଢ଼ାଇରେ ଗରମ କରାଯାଏ ତ , ଲହୁଣୀ ଖେଳିଯାଏ । ଖେଳିବା ପରେ ଲହୁଣୀ ତରଳରେ ପରିବର୍ତ୍ତନ ହୋଇଯାଏ । ତାପରେ ପତଳା ନରମ କପଡ଼ାରେ ଛାଣି କରି ଘିଅ ବାହାର କରାଯାଏ ।
- ଲସ୍ସୀ- ଦହିରେ ପାଣି ତଥା ଲହୁଣୀ ମିଶ୍ରଣକରି ମନ୍ଥନିରେ ଘାଣ୍ଟି ଦିଆଯାଏ । ଏହା ପରେ ସେଥିରେ ଚିନି ମିଶାଇଦିଆଯାଏ ଏବଂ ନିଜ ପସନ୍ଦର ଅନୁରୂପ ସେଥିରେ ସୁଖା ମେବେ , ଚକୋଲେଟ ଗୁଣ୍ଡ ପକାଇ ଲସ୍ସୀ ତିଆରି ହୁଏ ।
- ରାବିଡୀ- ଏହା ଏକ ମିଠା ସଂଘନିତ ପୂର୍ଣ୍ଣ କ୍ଷୀର ଅଟେ । ଏହାକୁ ତିଆରି କରିବା ପାଇଁ ଚଉଡା ମୁହଁ ଥିବା ବାସନରେ ଗରମ କରାଯାଏ । ଫୁଟନ୍ତା କ୍ଷୀର ଉପରେ ପତଳା ପରସ୍ତ ଜମା ହୋଇଯାଏ , ଯାହାକୁ ଆମେ 'ସର' କହିଥାଉ । ସେହି ସରକୁ ଏକତ୍ର କରି ରଖାଯାଏ ଏବଂ ଏହି ପ୍ରକ୍ରିୟା ଚାଲୁ ରହିଥାଏ ; ଯେ ପର୍ଯ୍ୟନ୍ତ କ୍ଷୀର ବାସନରେ ବହଳିଆ ନ ହୋଇଯାଏ । ଯେତେବେଳେ ବାସନରେ କ୍ଷୀରର ମାତ୍ରା ୧/୬ ହୋଇଯାଏ ସେତେବେଳ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିଥାଏ । ଏବେ ସବୁ ଜମା ହୋଇଥିବା ପରସ୍ତରେ ଚିନି ପକାଇ ଦିଆଯାଏ । ପରେ ରାବିଡୀର ପ୍ରସ୍ତୁତି ହୋଇଯାଏ ।
- ଆଇସ୍କ୍ରିମ୍- କ୍ଷୀରକୁ ଗାଢା କରି ସେଥିରେ କଷ୍ଟାର୍ଡ ପାଉଡର , ଚିନି , କାଜୁ , କିସମିସ , ବାଦାମ କିମ୍ବା ପିସ୍ତା ବି ମିଶାଇ ଦିଆଯାଏ । ଏହି ତିଆରି ମିଶ୍ରଣକୁ ଫ୍ରିଜରେ ୪-୫ ଡିଗ୍ରୀ ସେଲସିୟସରେ ଜମିବା ପାଇଁ ନିଜ ମନପସନ୍ଦର ବାସନରେ ରଖି ଦିଆଯାଏ । ଏହା ପରେ ଆଇସ୍କ୍ରିମ୍ ତିଆରି ହୋଇଯାଏ ।
କ୍ଷୀରର ଆବଶ୍ୟକତା[ସମ୍ପାଦନା]
ଇଣ୍ଟରନ୍ୟାଶନାଲ ଡିଆରୀ ଜର୍ଣ୍ଣାଲଙ୍କ ରିପୋର୍ଟ ଅନୁସାରେ ୟୁନିଭର୍ଷିଟି ଆକାରରେ କରାଯାଇଥିବା ଏକ ଘୋଷଣାରେ ଏହା ପ୍ରମାଣିତ କରାଯାଇଛି କି , ଯେଉଁ ଲୋକ ପ୍ରତ୍ୟେକଦିନ ଅତି କମରେ ଗୋଟେ ଗ୍ଲାସ କ୍ଷୀର ପିଅନ୍ତି , ସେମାନେ ଅନ୍ୟ ଲୋକ ତୁଳନାରେ ସବୁଦିନ ମାନସିକ ଏବଂ ବୌଦ୍ଧିକ ସ୍ତରରେ ଅଧିକ ସ୍ଥିତିରେ ଉପଲବ୍ଧ ହୋଇଥା'ନ୍ତି ; ଯେଉଁମାନେ କଦାପି କ୍ଷୀର ପିଅନ୍ତି ନାହିଁ ।[୧୧]
କ୍ଷୀର ଏକ ପୁଷ୍ଟିକର ପାନୀୟ ପଦାର୍ଥ । ଏଥିରେ କ୍ୟାଲ୍ସିୟମ୍, ଫସ୍ଫରସ୍ ଓ ଅନ୍ୟ ପୋଷକ ତତ୍ତ୍ୱ ଗଚ୍ଛିତ ହୋଇ ରହିଥାଏ । କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି ମଧ୍ୟ କୁହାଯାଇଥାଏ । କ୍ଷୀରର ନିୟମିତ ଓ ସଠିକ୍ ସେବନ ଆମକୁ ଶକ୍ତିଶାଳୀ କରିବା ସହିତ ସୁସ୍ଥ ରଖିଥାଏ । ଜ୍ୟୋତିଷ ଶାସ୍ତ୍ରରେ କ୍ଷୀରର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି ।[୧୨]
କ୍ଷୀରର ଧାର୍ମିକ ମହତ୍ତ୍ୱ :[ସମ୍ପାଦନା]
– ସମସ୍ତ କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠାରୁ ପବିତ୍ର ଓ ଭଲ ହୋଇଥାଏ।
– ପ୍ରଭୁ ଶିବଙ୍କ ରୁଦ୍ରାଭିଷେକରେ କ୍ଷୀରର ବିଶେଷ ବ୍ୟବହାର ହୋଇଥାଏ।
– କ୍ଷୀରରେ ରୁଦ୍ରାଭିଷେକ କରିବାଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ।
– ସୋମବାର କ୍ଷୀର ଦାନ କରିବାଦ୍ୱାରା ଚନ୍ଦ୍ରମା ଭଲ ସ୍ଥିତରେ ରହିଥାଆନ୍ତି ଓ ଶୁଭଫଳ ମିଳିଥାଏ।
– ଜଳରେ କିଛି କ୍ଷୀର ମିଶାଇ ସ୍ନାନ କରିବାଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ ଓ ଚିନ୍ତା କମ୍ ହୋଇଥାଏ।
କ୍ଷୀରର ବୈଜ୍ଞାନିକ ମହତ୍ତ୍ୱ :[ସମ୍ପାଦନା]
– କ୍ଷୀରକୁ ଫୁଟାଇ ଥଣ୍ଡା କରି ପିଇବା ଉତ୍ତମ ହୋଇଥାଏ।
– କାଚ କିମ୍ବା ଷ୍ଟିଲ୍ ପାତ୍ରରେ ପିଇବା ଅଧିକ ଭଲ ହୋଇଥାଏ।
– ରୂପା ପାତ୍ରରେ କ୍ଷୀର ପିଇବା ଅଧିକ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ।
– କ୍ଷୀର ସହ ମହୁ ଓ ମିଶ୍ରିର ପ୍ରୟୋଗ ସର୍ବୋତ୍ତମ ହୋଇଥାଏ।
– କ୍ଷୀର ପିଇବାଦ୍ୱାରା ଯଦି ପେଟ ବଢୁଛି ତେବେ ସେଥିରେ ପାନମହୁରୀ ପକାଇ ଫୁଟାଇ ପିଇବା ଆବଶ୍ୟକ।
କ୍ଷୀର ପିଇବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ :[ସମ୍ପାଦନା]
– କ୍ଷୀରକୁ ନଫୁଟାଇ କଦାପି ପିଅନ୍ତୁ ନାହିଁ।
– ତମ୍ବା ପାତ୍ରରେ କ୍ଷୀର କେବେହେଲେ ପିଅନ୍ତୁ ନାହିଁ କିମ୍ବା ଭଗବାନଙ୍କୁ ଅର୍ପଣ ମଧ୍ୟ କରନ୍ତୁ ନାହିଁ।
– କ୍ଷୀର ସହ ମାଛର ସେବନ ବିପଜ୍ଜନକ ହୋଇଥାଏ।
– ପେଟ କିମ୍ବା ତ୍ୱଚା ସମସ୍ୟା ଥିଲେ କ୍ଷୀର ପିଇବା ଉଚିତ୍ ନୁହେଁ।
- ↑ Jones, Alicia Noelle (2002). "Density of Milk". The Physics Factbook.
- ↑ କ୍ଷୀର ସମ୍ବନ୍ଧରେ ସବୁକିଛି... Archived 2009-07-05 at the Wayback Machine.। इकॉनोमिक टाइम्स, २२ मार्च २००९
- ↑ "Milk, whole fresh cow producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
- ↑ "Milk, whole fresh sheep producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
- ↑ "Milk, whole fresh goat producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
- ↑ "Milk, whole fresh buffalo producers". UN Food & Agriculture Organization. Archived from the original on July 13, 2011. Retrieved February 18, 2014.
- ↑ "Dairy production and products: Milk production". www.fao.org. Retrieved 2015-12-03.
- ↑ "Milk and milk product statistics - Statistics Explained". ec.europa.eu. Retrieved 2015-12-03.
- ↑ Introduction to Dairy Science and Technology: Milk History, Consumption, Production, and Composition, University of Guelph, foodsci.uoguelph.ca. Retrieved on ୨୧ ଜୁଲାଇ ୨୦୦୯.
- ↑ Livestock Production statistics Archived 2011-07-26 at the Wayback Machine., FAOSTAT, Food And Agricultural Organization of the United Nations. faostat.fao.org. Retrieved on ୨୧ ଜୁଲାଇ ୨୦୦୯.
- ↑ http://hindi.webdunia.com/health/%E0%A4%8F%E0%A4%95-%E0%A4%97%E0%A5%8D%E0%A4%B2%E0%A4%BE%E0%A4%B8-%E0%A4%A6%E0%A5%82%E0%A4%A7-%E0%A4%A6%E0%A4%BF%E0%A4%AE%E0%A4%BE%E0%A4%97-%E0%A4%95%E0%A5%8B-%E0%A4%B0%E0%A4%96%E0%A5%87-%E0%A4%9A%E0%A5%81%E0%A4%B8%E0%A5%8D%E0%A4%A4-1120206121_1.htm
- ↑ http://www.samajalive.in/milk-5/34600.html